କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖବର ଦେଲା WHO
Advertisement
trendingNow1741537

କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖବର ଦେଲା WHO

WHO ମୁଖପାତ୍ର ମାର୍ଗରେଟ୍ ହାରିସ୍ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଉନ୍ନତ କ୍ଲିନିକାଲ୍ ପରୀକ୍ଷଣରୁ ଯେତେ ବି ଔଷଧ କମ୍ପାନୀ ଭ୍ୟାକ୍ସିନ ପ୍ରସ୍ତୁତ କରୁଛନ୍ତି । ସେଥିରୁ କୌଣସି ଟୀକା (Coronavirus Vaccine) ଅନ୍ତତଃ ପକ୍ଷେ ୫୦ ପ୍ରତିଶତ ବିଶ୍ୱାସଯୋଗ୍ୟ ହୋଇପାରିନାହିଁ ।

କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖବର ଦେଲା WHO

ଜେନେଭା: ସାରା ବିଶ୍ୱରେ କୋରୋନା (Coronavirus) ର ତାଣ୍ଡବଲୀଳା ଜାରି ରହିଛି । ଏହି ବୈଶ୍ୱିକ ମହାମାରୀ ଯୋଗୁଁ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବର୍ତ୍ତମାନ କୋରୋନା ଭ୍ୟାକ୍ସିନ (Coronavirus Vaccine) ବା ଟୀକା ସମ୍ବନ୍ଧରେ ପୁଣି ଏକ ନୂଆ ବୟାନ ଜାରି କରିଛି । ବାସ୍ତବରେ, WHO ମନେ କରନ୍ତି ଯେ କୋରୋନା ଟୀକା ଆଗାମୀ ବର୍ଷର ମଧ୍ୟଭାଗ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରିବ ନାହିଁ । WHO ମୁଖପାତ୍ର ମାର୍ଗରେଟ୍ ହାରିସ୍ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଉନ୍ନତ କ୍ଲିନିକାଲ୍ ପରୀକ୍ଷଣରୁ ଯେତେ ବି ଔଷଧ କମ୍ପାନୀ ଭ୍ୟାକ୍ସିନ ପ୍ରସ୍ତୁତ କରୁଛନ୍ତି । ସେଥିରୁ କୌଣସି ଟୀକା (COVID-19 Vaccine) ଅନ୍ତତଃ ପକ୍ଷେ ୫୦ ପ୍ରତିଶତ ବିଶ୍ୱାସଯୋଗ୍ୟ ହୋଇପାରିନାହିଁ ।

ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ଦୁନିଆକୁ ବଡ଼ ଝଟକା ଦେଲା ଆମେରିକା, ବଢ଼ିଲା ଚିନ୍ତା

ଅନ୍ୟପକ୍ଷରେ ଆମେରିକୀୟ ସଂଗଠନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିବେନ୍ସନ (CDC) ଜନସ୍ୱାସ୍ଥ୍ୟ ସହ ଜଡ଼ିତ ସଂସ୍ଥାକୁ କହିଛି ଯେ ସେ ଅକ୍ଟୋବର କିମ୍ବା ନଭେମ୍ବର ସୁଦ୍ଧା ଦୁଇଟି ଟୀକା ପ୍ରସ୍ତୁତ ହୋଇପାରେ । ବିଗତ ସପ୍ତାହରେ ସିଡିସି ଦ୍ୱାରା ଜନସ୍ୱାସ୍ଥ୍ୟ ସହ ଜଡ଼ିତ ସଂସ୍ଥାକୁ ପଠାଇଯାଇଥିବା ନଥିପତ୍ରରେ ଟୀକାକୁ 'ଏ' ଓ 'ବି' ନାଁ ଦିଆଯାଇଛି । ଏଥିରେ ଟୀକା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମିଲ ରହିଛି । ଉଦାହରଣ ସ୍ୱରୂପ, ଟୀକା ଆବିଷ୍କାର ସମୟରେ କେଉଁ ତାପମାତ୍ରାରେ ଏହାକୁ ରଖିବା । ଏହି ମାନକଗୁଡିକ ମୋଡର୍ନା ଏବଂ ଫାଇଜର କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟୀକା ମାନକ ସହିତ ସମାନ ।

ଅଧିକ ପଢ଼ନ୍ତୁ:-ବିଜେପିକୁ ବଡ଼ ଝଟକା ଦେଲେ ହାର୍ଦ୍ଦିକ, କଂଗ୍ରେସରେ ସାମିଲ ହେଲା ୪୦ ନେତା ଓ କାର୍ଯ୍ୟକର୍ତ୍ତା

ଆହୁରି ମଧ୍ୟ ଆମେରିକାରେ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋରୋନା ଟୀକା ପରୀକ୍ଷା ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । କମ୍ପାନୀ ଅନୁଯାୟୀ, ଆମେରିକାର ମୋଟ ୮୦ଟି ସ୍ଥାନରେ ୩୦ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ଏହା ପରୀକ୍ଷା ଚାଲିଛି । ନିକଟରେ ଆମେରିକାର ରାଷ୍ଟ୍ରପତି (US President) ଡୋନାଲ୍ଡ ଟ୍ରମ୍ପ (Donald Trump) ଘୋଷଣା କରିଥିଲେ ଯେ, ଆଷ୍ଟ୍ରାଜେନେଙ୍କା ଟୀକା ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ସେ ସହି ଟୀକା ତାଲିକାରେ ସାମିଲ ହୋଇଯାଇଛି, ଯାହା ଖୁବ୍ ଶୀଘ୍ର କୋରୋନା ସହ ଲଢ଼ିବା ପାଇଁ ବ୍ୟବହୃତ ହେବ । ଚଳିତ ମାସରେ ଏହା ବଜାରକୁ ଆସିବାର ଆଶା କରାଯାଉଛି ।

Trending news